ବୌଦ୍ଧ : କୁମ୍ଭୀର ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ ଯୁବକ। ବୌଦ୍ଧ ଜିଲ୍ଲାର ପୁରୁଣା କଟକ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ମାରଡ଼ା ଗାଁ ପାଖ ମହାନଦୀ ପଠାରେ ଜଣେ ଯୁବକ ମହାନଦୀରେ କୁମ୍ଭୀର ସହ ପ୍ରାୟ ଘଣ୍ଟାଏ କାଳ ଲଢ଼େଇ କରି ନିଜର ଜୀବନ ବଞ୍ଚାଇଛନ୍ତି।
ସୂଚନା ଅନୁଯାୟୀ ଯୁବକଜଣକ ସକାଳେ ଶୌଚ ହେବା ପାଇଁ ମହାନଦୀକୁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣି ନେଇଥିଲା। ଯୁବକ ଜଣକ ଭୟ ନକରି ପ୍ରାୟ ଏକ ଘଣ୍ଟା ଧରି ପାଣି ଭିତରେ କୁମ୍ଭୀର ସହ ମରଣାନ୍ତକ ଲଢ଼େଇ କରିଥିଲେ। ଶେଷରେ ସେ କୁମ୍ଭୀର କବଳରୁ ମୁକୁଳିବାରେ ସଫଳ ହୋଇଥିଲେ। କୁମ୍ଭୀର କାମୁଡ଼ାରେ ଯୁବକଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।