ମୋଦୀଙ୍କ ସଭାରେ ପ୍ରତିଭା ଦେଖାଇଲେ ମନିଷା । ଗତ ୫ ତାରିଖ ଦିନ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ମୋଦିଙ୍କ ଓଡିଶା ଗସ୍ତ ପାଇଁ ଗଂଜାମ ଜିଲ୍ଲା କନିଶୀ ଠାରେ ଏକ ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀଙ୍କ ମନମୁଗ୍ଧ କରିଛନ୍ତି ମନୀଷା । ଯିଏ କି ରଙ୍ଗୋଲି ସହ ଚିତ୍ର ଅlଙ୍କିବାରେ ରୁଚି ରଖିଛନ୍ତି।
ମନିଷା କନିଶୀ ଠାରେ ଆୟୋଜିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସଭlସ୍ଥଳିକୁ ତାଙ୍କ ଦ୍ଵାରା ପ୍ରସ୍ତୁତ କିଛି ଫଟୋଚିତ୍ରକୁ ନେଇ ଯାଇଥିଲେ। ଫଟୋଚିତ୍ରଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚାଇବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେହି ଉଦ୍ଦେଶ୍ୟ ନେଇ ତାଙ୍କ ଭଳି ଅନ୍ୟମାନେ ବି ପ୍ରସ୍ତୁତ କରିଥିବା ବିଭିନ୍ନ ଆକୃତିର ଫଟୋ ଗୁଡ଼ିକୁ ଭିଡ ଭିତରେ ଟେକି ଧରିଥିବା ସମୟରେ ତାଙ୍କର ସୁନ୍ଦର ଚିତ୍ର ମୋଦିଙ୍କ ନଜରକୁ ଆସିଥିଲା । ଏହାପରେ ସେ ତାଙ୍କ ସିକୁରିଟିକୁ ନିର୍ଦ୍ଦେଶ ଦେଇ ସେ ଫଟୋ ସବୁ ନେଇ ଆସିଥିଲେ ଏବଂ ଏହି ସୁନ୍ଦର ଚିତ୍ରକୁ ଦେଖି ଓଡ଼ିଆରେ ଅଭିଭାଷଣ ଦେଇଥିଲେ । ସେହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ତାଙ୍କ ଠିକଣା ଦେବାପାଇଁ କହିଥିଲେ । ଏତେ ଗହଳି ମଧ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମନିଷାଙ୍କ ଚିତ୍ରକଳାକୁ ପସନ୍ଦ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଉତ୍ସାହରେ ମନିସlଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ଏଥିସହ ସେ ଓଡିଆ ଭାଷାର ଗୁଣଗାନ କରିବା ସହିତ ଓଡ଼ିଆ ଜାତିକୁ ଭାରି ସରଳ ଓ ସ୍ଵାଭିମାନୀ ବୋଲି ସମାବେଶ ସ୍ଥଳରେ କହିଥିଲେ। ତେବେ ଚିତ୍ରକାର ମନିଶlଙ୍କ ସେହି ଫଟୋଚିତ୍ର ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମା ବୁଢୀ ଠାକୁରାଣୀ ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ସୁନ୍ଦର ଚିତ୍ର ଚିତ୍ରିତ କରିଥିଲେ । ବ୍ରହ୍ମପୁରର ଇଷ୍ଟଦେବୀ ମା ବୁଢୀ ଠାକୁରାଣୀ ହୋଇଥିବା ବେଳେ ବିଶ୍ଵନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥ ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ହୋଇ ଥିବାରୁ ଏହାକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ସେହିସବୁ ପ୍ରତିମୂର୍ତ୍ତି ଗୁଡ଼ିକୁ ଉକ୍ତ ଫଟୋଚିତ୍ରରେ ସ୍ଥାନ ସେ ସ୍ଥାନ ଦେଇଥିଲେ ।