ନୂଆଦିଲ୍ଲୀ: ହ୍ୟୁମାନ୍ ମୋବାଇଲ୍ ଡିଭାଇସେଜ୍ (ଏଚ୍ଏମ୍ଡି) ଗ୍ଲୋବାଲ ‘ନୋକିଆ’ର ନୂଆ ଫୋନ୍ ବଜାରକୁ ପ୍ରବେଶ କରାଇଛି । ଏହି କଂପାନୀ ନୋକିଆ ୩୨୧୦ ଲଞ୍ଚ କରିଛି, ଯାହା କି ବଜାରକୁ ୨୫ ବର୍ଷ ପରେ ଫେରିଛି । ବିଗତ କିଛି ଦିନ ହେଲା ଫିଚର ଫୋନ୍ ବାବଦରେ ତଥ୍ୟ ଲିକ୍ ହୋଇଥିଲା । କିନ୍ତୁ କଂପାନୀ ଏବେ ଏହି ଫୋନ୍ ବାବଦରରେ ତଥ୍ୟ ଦେଇଛି ।
ନୋକିଆ ୩୨୧୦ର ସଦ୍ୟତମ ସଂସ୍କରଣ, ଅପ୍ଡେଟ୍ ସ୍ପେସିଫିକେଶନ୍ସ ଏବଂ ୟୁଟ୍ୟୁବ୍ ସଟ୍ସ ଭଳି ଆପ୍ସ ଏଥିରେ ସପୋର୍ଟ କରିବ। ଏଥିରେ ନୋକିଆର ସିଗ୍ନେଚର ଗେମ୍ସ, ଟି୯ ଫ୍ରିପ୍ୟାଡ, ଟ୍ୟାକ୍ପ୍ୟାଡ ଏବଂ ସିଙ୍ଗଲ ରିୟର କ୍ୟାମେରା ସେଟ୍ଅପ୍ ମିଳିଥାଏ ।
ନୋକିଆର ଏହି ଫୋନ୍ ୟୁରୋପୀୟ ବଜାରରେ ପ୍ରବେଶ କରିଛି । ୟୁରୋପରେ ନୋକିଆ ୩୨୧୦ର ଦର ୮୯ ୟୁରୋ (ଭାରତୀୟ ବଜାରରେ ୭୯୯୦ ଟଙ୍କା) । ଏହି ଫୋନ୍ ଏବେ ଜର୍ମାନୀ, ସ୍ପେନ୍ ଓ ବ୍ରିଟେନ୍ରେ ଉପଲବ୍ଧ ହୋଇଛି । ଏହି ଫୋନ୍କୁ ସୁନେଲି, ନୀଳ ଓ କଳା ରଂଗରେ ଲଞ୍ଚ କରିଛି । ଆଶା କରାଯାଉଛି ଯେ, ଏହି ଫୋନ୍ ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ । କିନ୍ତୁ କଂପାନୀ ପକ୍ଷରୁ ଏବାବଦରେ କିଛି କୁହାଯାଇ ନାହିଁ ।
ନୋକିଆ ୩୨୧୦ରେ ୨.୪ ଇଞ୍ଜର ଟିଫଏ୍ଟି ଏଲ୍ସିଡି କ୍ୟୁଭିଜିଏ କଲର ଡିସ୍ପ୍ଲେ ରହିଛି । ରିୟର ସାଇଡ୍ରେ କଂପନୀ ୨ଏମ୍ପିର କ୍ୟାମେରା ଦିଆଯାଇଛି । ଏଥି ସହିତ ଏଲ୍ଇଡି ଫ୍ଲାସ ସୁବିଧା ମିଳିପାରିବ । ଏଥି ସହିତ ଆହୁରି ଅନେକ ଫିଚର୍ସ ରହିଛି ।