ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଡାକ୍ତରଙ୍କୁ ମାଡି ବସିଲା ସିବିଆଇ। ତେବେ ଏଥିପାଇଁ ହସ୍ପିଟାଲରୁ ଦୁଇ ଜଣ ଡାକ୍ତରଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ସିବିଆଇ। ତେବେ ଗିରଫ ଦୁଇ ଡାକ୍ତର କାର୍ଡିଓଲଜି ବିଭାଗର ବୋଲି ଜଣାପଡିଛି। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରୁ ଏଭଳି ରାକେଟ୍ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ତେଣୁ ଏହି ଘଟଣାକୁ ନେଇ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି ସିବିଆଇ।
ସୂଚନା ଅନୁସାରେ, ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲ ଦୁଇଜଣ ଡାକ୍ତରଙ୍କ ଏବଂ ଅନ୍ୟ ସାତ ଜଣ ବରିଷ୍ଠ ଲ୍ୟାବ୍ ଇନ୍ଚାର୍ଜମାନେ ଖୋଲାଖୋଲି ଭାବେ ଚିକିତ୍ସା ବଦଳରେ ଲାଞ୍ଚ ନେଉଥିଲେ। ଡାକ୍ତରଖାନାକୁ ଅତ୍ୟାବଶ୍ୟକ ଉପକରଣ ଯୋଗାଉଥିବା କମ୍ପାନୀର ପ୍ରତିନିଧୀଙ୍କ ମାଧ୍ୟମରେ ସମସ୍ତେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ରୋଗୀଙ୍କଠାରୁ ଟଙ୍କା ଲୁଟୁଥିବା ନେଇ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଅଭିଯୋଗକୁ ଆଧାର କରି ସିବିଆଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ ମିଳିଥିଲା ତେଣୁ ପ୍ରମାଣକୁ ଭିତି କରି ସିବିଆଇ ଦୁଇ ଡାକ୍ତରଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ଦୁଇ ଡାକ୍ତର କାର୍ଡିଓଲଜି ବିଭାଗର ବୋଲି ଜଣାପଡିଛି। ଏପରିକି ସମସ୍ତ ଘଟଣାର ଛାନଭିନ ଜାରି ରଖିବା ସହ ହସ୍ପିଟାଲ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ।