ପେଟ୍ରୋଲ ରେଟରେ ପରିବର୍ତ୍ତନ ସବୁଦିନ ଦେଖିବାକୁ ମିଳୁଛି । କେବେ କେବେ ପେଟ୍ରୋଲ ରେଟ ବଢି ଯାଉଛି ତ କେବେ କେବେ ପେଟ୍ରୋଲ ରେଟ କମି ଯାଉଛି । ତେବେ ଗାଡିରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ତେଲ ଦର ଆଜି କେତେ ଅଛି । ତୈଳ କମ୍ପାନୀଗୁଡିକ ଗତକାଲି ସକାଳେ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲେ । ଯାହା ଅଜି ସମାନ ରହିଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦର 100 ଟଙ୍କା 97 ପଇସା ରହିଛି । ଡିଜେଲ ଦର 92 ଟଙ୍କା 55 ପଇସା ରହିଛି ।
ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ ପାଇଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୪ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୨ ଟଙ୍କା ୧୫ ପଇ ଇସା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୩ ଟଙ୍କା ୯୪ ପଇସା ଥିବାବେଳେ ଡିଜେଲ ଦର ୯୦ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୭୫ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୩୪ ପଇସା ରହିଛି। ତେବେ ପ୍ରତେକ ଦିନ ସନ୍ଧ୍ୟା 6 ଟାରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ଆସିଥାଏ ।
ଅଧିକା ପଢନ୍ତୁ:ରତ୍ନ ଭଣ୍ଡାର ତଦାରଖ ପାଇଁ ଦ୍ୱିତୀୟ ବୈଠକ