ଆଜି ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତ ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ। ତେବେ ଗତ ମାର୍ଚ୍ଚ ୯ରେ ହୋଇଥିବା ସଦସ୍ୟମାନଙ୍କ ନିଷ୍ପଭିକୁ ଆଜି ଅନୁଷ୍ଠିତ ଦ୍ଵିତୀୟ ବୈଠକରେ ବିସ୍ତୃତ ଭାବେ ତର୍ଜମା କରାଯିବ। ଏହାପରେ ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ସମସ୍ତ ଟୀକା ସଠିକ ଭାବେ ମିଳିବ।
ସୂଚନା ଅନୁସାରେ, ୧୯୭୮ ମସିହାରେ ଶେଷଥର ପାଇଁ ରନ୍ଭଣ୍ଡାର ଖୋଲାଯାଇ ଗଣତି ହୋଇଥିଲା। ସେହି ତାଲିକାକୁ ପ୍ରଶାସନ କମିଟିକୁ ହସ୍ତାନ୍ତର କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରନ୍ଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାର ଓ ବସ୍ତୁଗୁଡିକର ତାଲିକା ପ୍ରସ୍ତୁତର ତଦାରଖ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଗତ ମାର୍ଚ୍ଚ ୯ରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ସୁପ୍ରିମ୍ କୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ତେଣୁ ଆଜି ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତ ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ସମସ୍ତ ତଥ୍ୟକୁ ନେଇ ବିଚାର କରାଯିବ।