ସିଡନୀ ଦିନିକିଆ ପାଇଁ ପ୍ରସ୍ତୁତିରେ ଜୁଟିଲା ଟିମ୍ ଇଣ୍ଡିଆ, ରୋହିତ ଓ ବିରାଟଙ୍କ ଝାଳବୁହା ଅଭ୍ୟାସ୍
Khabar Odisha:sports-cricket-odisha-indian-cricket-team-practice-session
ନୂଆଦିଲ୍ଲୀ,ଜାନୁଆରୀ୧୦(ଖବର ଓଡ଼ିଶା):

 ଟେଷ୍ଟ ସିରିଜରେ ଐତିହାସିକ ବିଜୟ ପରେ ଭାରତୀୟ ଦଳ ଏବେ ଶନିବାରଠୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଟିକିଆ ଦିନିକିଆ ସିରିଜ୍ ଖେଳିବ। ଏଥିପାଇଁ  ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ କଡ଼ା ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ତାରକା ଓପନିଂ ବ୍ୟାଟସମ୍ୟାନ  ରୋହିତ ଶର୍ମା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଝାଳବୁହା ଅଭ୍ୟାସ କରିଛନ୍ତି।  ହିଟମ୍ୟାନ୍  ନାମରେ ପରିଚିତ ଏହି ବ୍ୟାଟସମ୍ୟାନ ନେଟ୍ସରେ ପ୍ରାକ୍ଟିସ୍ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।

ଭାରତୀୟ କ୍ରିକେଟ୍ ଦଳ ନିଜର ଆନୁଷ୍ଠାନିକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛି। ଏଥିରେ ରୋହିତ ଶର୍ମା ଝାଳବୁହା ପରିଶ୍ରମ କରୁଥିବା ନଜର ଆସୁଛି। ଭିଡିଓରେ ସେୟାର କରାଯାଇ ଲେଖା ହୋଇଛି ଯେ ହିଟମ୍ୟାନ୍ ସୋ ପାଇଁ ପ୍ରସ୍ତୁତ ?   ଅଧିନାୟକ ବିରାଟ କୋହଲିଙ୍କ ଅଭ୍ୟାସର ଭିଡିଓ  ମଧ୍ୟ ସେୟାର କରାଯାଇଥିଲା, ଏଥିରେ ବର୍ଷା କାରଣରୁ ଇନଡୋର ଷ୍ଟାଡିୟମରେ କୋହଲି ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଥିଲା। 

ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, କେଦାର ଯାଧବ ଓ ଅମ୍ବତି ରାୟୁଡୁ ମଧ୍ୟ ବୁଧବାର ସିଡନୀ ପଡିଆରେ ଜୋରଦାର ଝାଳବୁହା ପରିଶ୍ରମ କରିଛନ୍ତି।

Subscribe

National International State Sports Entertainment