ଟେବୁଲ ଟେନିସ୍: ଶରତ କମଲ ରେକର୍ଡ ନବମ ଥର ଜିତିଲେ ରାଷ୍ଟ୍ରୀୟ ଟାଇଟଲ
Khabar Odisha:sharath-kamal-wins-record-ninth-national-title-in-table-tennis
କଟକ,ଜାନୁଆରୀ୦୯(ଖବର ଓଡିଶା):

 ଅନୁଭବୀ ଶରତ କମଲ ବୁଧବାର କଟକର ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ରାଷ୍ଟ୍ରୀୟ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତର ନିଜର ସାଥୀ ଜି.ସାଥିୟାନଙ୍କୁ ପରାସ୍ତ  କରି ନବମ ଥର ଟାଇଟଲ୍ ଜିତି କମଲେଶ ମେହତାଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ବିଶ୍ଵର ୩୦ତମ ମାନ୍ୟତା ପ୍ରାପ୍ତ ଖେଳାଳୀ  ଶରତ ଫାଇନାଲରେ ୩୧ତମ ସାଥିୟାନଙ୍କୁ ରୋମାଞ୍ଚକର ମୁକାବିଲାରେ ୧୧-୧୩, ୧୧-୫, ୧୧-୬, ୫-୧୧, ୧୦-୧୨, ୧୧-୬, ୧୪-୧୨ରେ ପରାଜିତ କରିଛନ୍ତି।

ଏହି ମ୍ୟାଚରେ ଶରତ ତୃତୀୟ ମ୍ୟାଚ୍ ପଏଣ୍ଟ ନିଜ ନାମରେ କରିଥିଲେ।  ଶରତ ଚମ୍ପିଆନ ହେବା ପରେ କହିଛନ୍ତି ଯେ ଆମ ଉଭୟଙ୍କ ଉପରେ ଚାପରେ ଥିଲେ, ମାତ୍ର ମୋ ଉପରେ ନବମ ଥର ଟାଇଟଲ ଜିତିବାର ଅତିରିକ୍ତ ଚାପ ରହିଥିଲା। ଅନ୍ୟ ପଟେ  ସାଥିୟାନଙ୍କ ଉପରେ ନିଜର ପ୍ରଥମ ଟାଇଟଲ  ଜିତିବାର ନେଇ ଚାପ ରହିଥିଲା।

ମହିଳାଙ୍କ ବର୍ଗରେ ଯୁବ ଅର୍ଚ୍ଚନା କାମନ ଚମ୍ପିଆନ ହୋଇଛନ୍ତି। ସେ ସେମି ଫାଇନାଲରେ ରାଜ୍ୟଗୋଷ୍ଠୀ କ୍ରୀଡାର ସ୍ଵର୍ଣ୍ଣ ବିଜୟିନୀ ମନିକା ବାତ୍ରାଙ୍କୁ ହରାଇଥିଲେ। ଏହି ପରି ସେ ଫାଇନାଲରେ ଋତ୍ଵିକା ସିହ୍ନା ରାୟଙ୍କୁ ୧୨-୧୦, ୬-୧୧, ୧୧-୯, ୧୨-୧୦, ୭-୧୧, ୧୧-୩ରେ ପରାଜିତ କରିଛନ୍ତି। 

Subscribe

National International State Sports Entertainment