କୋହଲିଙ୍କୁ ସଚିନଙ୍କ ପରାମର୍ଶ, ହୃଦୟର କଥା ଶୁଣ
Khabar Odisha:sachin-tendulkar-tells-virat-kohli-to-stay-hungry-after-edgbaston
ଇଂଲଣ୍ଡ, ଅଗଷ୍ଟ ୦୮ (ଖବର ଓଡିଶା) :

ଭାରତୀୟ ଟିମର ପ୍ରାକ୍ତନ ବ୍ୟାଟସମ୍ୟାନ  ସଚିନ ତେନ୍ଦୁଲକର ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇ ହୃଦୟର କଥା ଶୁଣିବା ପାଇଁ କହିଛନ୍ତି । ଫଳରେ ସେ ତାଙ୍କର ଭଲ ବ୍ୟାଟିଂ ଜାରି ରଖିପାରିବେ । ଭାରତ ଏହି ସମୟରେ ଇଂଲଣ୍ଡ ଗସ୍ତରେ ରହିଛି । ପ୍ରଥମ ଟେଷ୍ଟରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । 

ସଚିନ କୋହଲିଙ୍କୁ ଏହି ପରାମର୍ଶ ଗୁରୁବାର ଠାରୁ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଦେଇଛନ୍ତି । ପ୍ରଥମ ଟେଷ୍ଟରେ କେବଳ ବିରାଟଙ୍କୁ ଛାଡି ଦେଲେ ଦଳର ସମସ୍ତ ବ୍ୟାଟସମ୍ୟାନ ଫେଲ ମାରିଥିଲେ । ସେ ପ୍ରଥମ ପାଳିରେ ୧୪୯ ରନ କରିଥିବା ବେଳେ ଦ୍ୱିତୀୟ ପାଳିରେ ୫୧ ରନ ସ୍କୋର କରିଥିଲେ । ଫଳରେ ତାଙ୍କୁ ଆଇସିସିର ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଘୋଷଣା କରିଛି । 

ସଚିନ ଆହୁରି ମଧ୍ୟ କହିଛନ୍ତି କି, ଆଖପାଖରେ କଣ ଘଟୁଛି ତାକୁ ଗୁରୁତ୍ୱ ନ ଦେଇ ନିଜ ବ୍ୟାଟିଂ ଉପରେ ଫୋକସ କରିବା ଉଚିତ । ଏହା ସହ ହୃଦୟର କଥା ଶୁଣିବା ଆବଶ୍ୟକ । କୌଣସି ଜିନିଷ ପାଇବାକୁ ହେଲେ ଲକ୍ଷ୍ୟ ସ୍ଥିର କରି ତାକୁ ହାସଲ କରହେବ ବୋଲି ସଚିନ କହିଛନ୍ତି । କୋହଲି ପ୍ରଥମ ଟେଷ୍ଟର ବିଫଳତାକୁ ଭୁଲି ଦ୍ୱିତୀୟ ଟେଷ୍ଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment