ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଗଠିତ ହେଲା ଟିମ୍। ତେବେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଏମ୍ସର ୫ ଜଣିଆ ଡାକ୍ତରୀ ଟିମ୍କୁ ନେଇ ଗଠିତ ହୋଇଛି ବୋର୍ଡ। ଜେଲ୍ରେ ଥିବା ଡାକ୍ତର ନିଖିଳ ଟଣ୍ଡନ ଏହି ବୋର୍ଡର ମୁଖ୍ୟ ରହିବେ। ତିହାର ଜେଲ୍ କର୍ତ୍ତୃପକ୍ଷ ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ସର୍କରା ସ୍ତର ଯାଞ୍ଚ କରୁଛନ୍ତି। ଏଥିସହ ତାଙ୍କୁ ଘରୁ ଆସୁଥିବା ଖାଦ୍ୟ ହିଁ ଦିଆଯାଉଛି। ଏପରିକି କେଜ୍ରିୱାଲଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ଡିନର ପୂର୍ବରୁ ୨ ୟୁନିଟ୍ର ଇନସୁଲିନ୍ର ଡୋଜ ଦିଆଯାଉଛି।
ସୂଚନା ଅନୁଯାୟୀ, ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲରେ ରହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି। କହିଥିଲେ ଡାଇବେଟିସ୍ ସତ୍ୱେ ତାଙ୍କୁ ଦିଆଯାଉନାହିଁ ଇନସୁଲିନ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଉ ବୋଲି କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଓ ଆପ ନେତାଙ୍କ ଅଭିଯୋଗ ଉପରେ କୋର୍ଟ ଶୁଣାଣି କରିଥିଲେ। ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଟିମ ଗଠନ କରାଯାଇଛି । କୋର୍ଟଙ୍କ ଆଦେଶ ଅନୁଯାୟୀ କେଜ୍ରିୱାଲଙ୍କୁ ଘରୋଇ ଖାଇବା ଦିଆଯାଉଛି । ଏପରିକି ପ୍ରତିଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି କୋର୍ଟ।
ଅଧିକ ପଢନ୍ତୁ ; ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ