ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଯବାନ । ପୁଅର ଜନ୍ମଦିନ ଖୁସିରେ ମନାଇବା ପାଇଁ ଅସିଥାନ୍ତେ । ହେଲେ ତାଙ୍କର ସମସ୍ତ ଖୁସି ଅଧାରେ ହିଁ ରହିଗଲା । ବାପା ଛେଉଣ୍ଡ ହୋଇଗଲା ପୁଅ । ଦେଶପାଇଁ ନିଜ ଜୀବନକୁ ବଳିଦାନ ଦେଲେ ବୀରପୁତ୍ର । ପୁଅକୁ କଥା ଦେଇ ଯାଇଥିଲେ ହେଲେ ତାହା ଶେଷ ଯାତ୍ରା ହେବ ବୋଲି କିଏ ଜାଣିଥିଲା । ପୁଅର ଜନ୍ମଦିନର ତିନିଦିନ ପୂର୍ବରୁ ସବୁଦିନ ପାଇଁ ଚାଲିଗଲେ ବାପା । ଆତଙ୍କବାଦୀ ଆକ୍ରମଣ ଉଜାଡିଦେଲା ସଂସାର। ସୂଚନା ଅନୁଯାୟୀ,ଜମ୍ମୁ କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ଶହିଦ ହୋଇଛନ୍ତି ଯବାନ ଜଣକ । ଭାରତୀୟ ବାୟୁସେନା କାଫିଲା ଯାଉଥିବା ସମୟରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ଯବାନଙ୍କ ଜୀବନ ଚାଲିଯାଇଥିଲା ।
ଅଧିକ ପଢନ୍ତୁ :ଖେଳ ପଡିଆରେ ଫୁଟିଲା ବୋମା : ଜଣେ ମୃତ