କ୍ରିକେଟ ଖେଳୁଥିବା ବେଳେ ପଡିଆରେ ଫୁଟିଲା ବୋମା। ତେବେ ଏହି ବିସ୍ଫୋରଣ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ତେବେ ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ପଶ୍ଚିମବଙ୍ଗର ହୁଗୁଳି ପଣ୍ଡୁଆ ନେତାଜୀ କଲୋନୀ ସ୍ଥିତ ପୋଖରୀ ପାଖରେ ଥିବା ଏକ ପଡିଆରେ କିଛି ପିଲା ପାଖରେ ପଡିଥିବା ବୋମାଟିକୁ ବଲ୍ ଭାବି ଖେଳୁଥିଲେ। ଏତିକି ବେଳେ ଖେଳ ପଡିଆରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗରୁତର ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଉଦ୍ଧାର କରିଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ ନାବାଳକ ଏବଂ ଗୁରୁତର ଆହତ ନାବାଳକମାନେ ନେତାଜୀ କଲୋନୀର ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।