ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁସେନା କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ସେନା । ସେମାନଙ୍କ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ଘୋଷଣା କରାଯାଇଛି । ଏହା ସହ ଉଭୟ ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ସୁରକ୍ଷା ବାହିନୀର ଟିମ୍ ସର୍ଚ୍ଚ ଅପରେସନ ମଧ୍ୟ ଚଳାଇଛନ୍ତି ।
ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାର ଶାହସିତାର ନିକଟରେ ଆତଙ୍କବାଦୀମାନେ ଭାରତୀୟ ବାୟୁସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ସେନା ଯବାନ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ସେନା ଯବାନ ଆହତ ହୋଇଥିଲେ ।
ଆତଙ୍କବାଦୀ ଆକ୍ରମଣ ପରଠାରୁ ସଶସ୍ତ୍ର ବାହିନୀର ଯବାନମାନେ ସହସିତାର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସେମାନେ ସଶସ୍ତ୍ର ବୁଲେଟପ୍ରୁଫ୍ ଗାଡ଼ି ଏବଂ ଡଗ୍ ସ୍କ୍ୱାଡ୍ ମୁତୟନ କରିଛନ୍ତି । ଏହି ଘଟଣାରେ ପ୍ରାୟ ୧୮ ଜଣଙ୍କୁ ଅଟକ ରଖି ପଚାର ଉଚୁରା କରୁଛି ସେନା ବିଭାଗ । ତେବେ ସେନା ଅଧିକାରୀଙ୍କ କହିବା କଥା ଆତଙ୍କ ବାଡ଼ି ମାନେ ଘଟାଇ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇ ସେଠାରେ ଥିବା ଗୁମ୍ଫାକୁ ଲୁଚିବା ସ୍ଥାନ ପରି ବ୍ୟବହାର କରିଥାନ୍ତି । ତଦନ୍ତ ଚାଲିଛି ଶୀଘ୍ର ଆତଙ୍କବାଦି ମାନେ ଧରାପଡିବେ ।
ଅଧିକ ପଢନ୍ତୁ : ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଯବାନ