କ୍ୟାମ୍ପସ ଭିତରେ ଥିବା ବିଲଡିଂରୁ ଡେଇଁ ନିଜ ଜୀବନ ହାରିଲେ ଜଣେ ଛାତ୍ର । ଏପରି ଏକ ଅଭାବନୀୟ ଘଟଣା କେରଳ ରାଜ୍ୟରେ ଘଟିଛି । ସୂଚନା ଅନୁସାରେ, ସୋମବାର କେରଳ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଜଣେ ଛାତ୍ର କ୍ୟାମ୍ପସ ଭିତରେ ଥିବା ବିଲଡିଂରୁ ଡେଇଁ ପଡ଼ିଥିଲେ । ବିଲଡିଂରୁ ଡେଇଁବା ପରେ ଛାତ୍ରଙ୍କର ଜୀବନ ଚାଲିଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି କରିଛି । ମୃତ ଛାତ୍ରଙ୍କର ପରିଚୟ ମିଳିଛି । ଛାତ୍ର ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।