ସୋମବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡଘଡି ସହିତ ବର୍ଷା ହୋଇଛି । ଯାହାଫଳରେ ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିଛି । କିନ୍ତୁ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହେଉଥିବା ବଜ୍ରାଘାତରେ ୨୨ଟି ଛେଳିଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସ୍ଥିତ ରତ୍ନପୁର ଗ୍ରାମର ଜଣେ ଚାଷୀ ଛେଳିକୁ ଚରେଇବା ପାଇଁ ଯାଇଥିବା ସମୟରେ ବଜ୍ରାଘାତ ମାରିଥିଲା । ସେହି ବଜ୍ରାଘାତରେ ୨୨ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରାଜ୍ୟରେ ଦିନକୁ ଦିନ ଅସହ୍ୟ ତାତି ବଢ଼ିବାରେ ଲାଗିଥିଲା । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି, ବଜ୍ରାଘାତ ସହିତ ବର୍ଷା ହୋଇଥିଲା ।