ଭାରତରେ ଚାଲିବ ଏୟାର ଟ୍ୟାକ୍ସି । କାର୍ ଟାକ୍ସି ଭଳି ଭାରତରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି। ଏହାଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ବ୍ୟକ୍ତିଙ୍କୁ ସୁବିଧା ମିଳିପାରିବ । ପ୍ରତିଦିନ ଟ୍ରାଫିକ ସମସ୍ୟା ସମ୍ମୁଖୀନ ହେଉଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ସୁବିଧା ମିଳିବ । ଭାରତରେ ଭାରତର ଅଳ୍ପ କିଛି ସହର ମଧ୍ୟରେ ଯୋଗାଯୋଗର ସୁବିଧା କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେହି ସହର ଗୁଡିକ ହେଉଛି ଦିଲ୍ଲୀ ,ଗୁରୁଗ୍ରାମ,ବେଙ୍ଗାଲୁରୁ, ମୁମ୍ବାଇର ବାନ୍ଦ୍ରା ଏବଂ କୋଲାବା ।
ସୂଚନା ଅନୁଯାୟୀ,ଦିଲ୍ଲୀରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ଗମନାଗମନ ଲାଗି ଲୋକମାନଙ୍କୁ ସଡ଼କ ପଥରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ଟ୍ରାଫିକ ସମସ୍ୟା ହେବା ଫଳରେ ଲୋକଙ୍କ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି । ପରିକି ଘଣ୍ଟା ଘଣ୍ଟା ଧରି ଗାଡି ଗୁଡିକ ରାସ୍ତାରେ ଅଟକି ରହିଛି । ସେଥିପାଇଁ ପ୍ରଥମେ ଦିଲ୍ଲୀ ଏବଂ ଗୁରୁଗ୍ରାମ ସହର ମଧ୍ୟରେ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସର ପ୍ୟାରେଣ୍ଟ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଖୁବଶୀଘ୍ର ଏହି ଯୋଜନା ସବୁକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି ।
ଅଧିକ ପଢନ୍ତୁ :ଗୁରୁଦ୍ୱାରରେ ଯୁବକ ପିଟି ପିଟି ମାରିଦେଲେ ଲୋକେ !