ତେଲେଙ୍ଗାନାରେ ଜୀବନ ହାରିଲେ ୭ ଛାତ୍ରଛାତ୍ରୀ । ପରୀକ୍ଷା ରେଜଲ୍ଟ ପ୍ରକାଶ ପରେ ଫେଲ ହୋଇଥିବାରୁ ଜୀବନ ହାରିଛନ୍ତି । ଇଣ୍ଟରମିଡିଏଟ ପରୀକ୍ଷା ରେଜଲ୍ଟ ବାହାରିବାର ମାତ୍ର ୩୦ ଘଣ୍ଟା ଭିତରେ ୭ ଛାତ୍ରୀଛାତ୍ର ଜୀବନ ହାରିଛନ୍ତି । ମଞ୍ଚେରିୟଲ ଜିଲ୍ଲାର ତନ୍ଦୁର ଅଞ୍ଚଳରେ ୧୬ ବର୍ଷୀୟ ନାବାଳକ ୪ଟି ବିଷୟରେ ଫେଲ୍ ହୋଇଥିବା ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି। ଏହା ବ୍ୟତୀତ ଆହୁରି ୬ ଜଣ ଛାତ୍ରୀ ଜୀବନ ହାରିଛନ୍ତି । ପରୀକ୍ଷାରେ ଖରାପ ରେଜଲ୍ଟ ଯୋଗୁ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । କିଏ ନଦୀରେ ବୁଡି ଜୀବନ ହାରିଛି ତ କିଏ ବିଷ ପିଇ । ତେବେ ପୁରା ରାଜ୍ୟରେ ସମୁଦାୟ ୭ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଛାତ୍ରୀ ଓ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ଅଧିକ ପଢନ୍ତୁ : ବାଣ ପଡି ଜଳିଗଲା ଘର, ଗୋଟିଏ ପରିବାରର ୬ ମୃତ