ବିହାରରେ ବାଣ ପଡି ଏକ ଘର ଜଳିବା ସହ ୬ ଜଣଙ୍କର ମୃତ୍ୟୁ ହୋଇଛି । ବିବାହ ଉତ୍ସବରେ ଫୁଟୁଥିବା ବାଣ ଘରେ ପଡିଯାଇଥିଲା, ଯାହାଫଳରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ୬ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଭଳି ଅଘଟଣ ଘଟିଛି ବିହାରର ଦରଭଙ୍ଗା ଜିଲ୍ଲାର ଅଣ୍ଟୋର ଗାଁରେ । ସୂଚନା ଅନୁଯାୟୀ, ଅଣ୍ଟୋର ଗାଁରେ ଏକ ବିବାହ ପ୍ରୋସେସନ ଚାଲିଥିଲା। ପ୍ରୋସେସନରେ ଫୁଟୁଥିବା ଏକ ବାଣ ପଡି ଘରେ ନିଆଁ ଲାଗିଯାଇଥିଲା । ବାଣ ପଡିବା ମାତ୍ରେ ନିଆଁ ବ୍ୟାପିବାକୁ ଲାଗିଲା ଓ ଘରେ ଥିବା ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ପରେ ଘର ବାହାରେ ଥିବା ଡିଜେଲ ଡ୍ରମରେ ନିଆଁ ଲାଗି ଯାଇଥିଲା। ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ଜୀବନ ଯାଇଛି । ଏଭଳି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ : ଜବତ ହେଲା ସାଢେ ୩ କୋଟି ଟଙ୍କାର ଡ୍ରଗ୍ସ