ଅସହ୍ୟ ଖରା ଓ ତାତିରୁ ମିଳିଲା ଆଶ୍ୱସ୍ତି । ସୋମବାର ଅପରାହ୍ନ ରେ ଭୁବନେଶ୍ୱର ସମେତ କଟକ, ନୟାଗଡ,ଗଂଜାମ ଓ ଗଜପତି ଆଦି ସ୍ଥାନରେ ଜୋର୍ ରେ ପବନ ବୋହିବା ସହିତ ସ୍ଥାନେ ସ୍ଥାନେ ଜୋର୍ ରେ ବର୍ଷ ମଧ୍ୟ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ ମଙ୍ଗଳବାର ଠାରୁ ଗ୍ରୀଷ୍ମ ପ୍ରବାହରୁ କିଛିଟା ଅଶ୍ଵସ୍ତି ମିଳିବ ଆଉ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବଢ଼ିବ । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାସଙ୍ଗକୁ ଘଡଘଡି ହେବ । ଯାହା ଫଳରେ ତାପମାତ୍ରାରେ ୬ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ କମିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ୭ ଓ ୮ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଜନସାଧାରଣଙ୍କୁ ପାଣିପାଗ ଉପରେ ନଜର ରଖିବା ସହିତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଅଧିକ ପଢନ୍ତୁ : ବଜ୍ରାଘାତରେ ୨୨ଟି ଛେଳି ଜୀବନ୍ତ ଦଗ୍ଧ