କଣ ଏହା ସବୁଠୁ ବେଷ୍ଟ ଟିମ୍ ? ପ୍ରଶ୍ନରେ ଉତ୍ତେଜିତ ହେଲେ କୋହଲି
Khabar Odisha:indian-skipper-virat-kohli-lashes-out-at-a-reporter-when-asked-about-his-teams-reputation
ଲଣ୍ଡନ,ସେପ୍ଟେମ୍ବର୧୨(ଖବର ଓଡ଼ିଶା):

 ସର୍ବଦା ଦେଖାଯାଇଥାଏ ଯେ ବଡ଼ ପରାଜୟ ପରେ ସାମ୍ବାଦିକ ସମ୍ମିଳନୀ ସମୟରେ ଖେଳାଳି ରିପୋର୍ଟରଙ୍କ ପ୍ରଶ୍ନରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥାନ୍ତି। କିଛି ଏମିତି ଘଟଣା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହିତ ଦେଖିବାକୁ ମିଳିଛି। ଦ ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ପଞ୍ଚମ ଟେଷ୍ଟରେ ପରାଜିତ ହେବା ପରେ ଯେବେ ବିରାଟ ପ୍ରେସ କନଫରେନ୍ସରେ ପହଞ୍ଚିଲେ ଏହା ଜଣା ଥିଲା ଯେ ତାଙ୍କୁ ରିପୋର୍ଟଙ୍କ କଡ଼ା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଏହା ହିଁ ହୋଇଥିଲା।  ଟାଇମ୍ସ ଅଫ ଇଣ୍ଡିଆର ପ୍ରଶ୍ନ ତାଙ୍କୁ ଏତେ ଖରାପ ଲାଗିଲା ଯେ ଉତ୍ତର ଦେବା ଜାଗାରେ ସେ  ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ।

ବିରାଟଙ୍କୁ ପଚରାଯାଇଥିବା ପ୍ରଶ୍ନ- ପୂରା ସିରିଜରେ ଭାରତୀୟ ଦଳ ଇଂଲଣ୍ଡକୁ ଟକ୍କର ଦେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଟିମ୍ ଉପରେ ଗତ ୧୫ ବର୍ଷରେ ସବୁଠୁ ସର୍ବଶ୍ରେଷ୍ଠ ଭାରତୀୟ ଦଳ ହେବାର ଅତିରିକ୍ତ ଚାପ ଥିଲା କି ?  କଣ ଆପଣଙ୍କୁ ଲାଗୁଛି କି ଏହି ଦଳ ଗତ ୧୫ ବର୍ଷରେ ସବୁଠୁ ଶ୍ରେଷ୍ଠ ଦଳ। ଉତ୍ତରରେ ଭାରତୀୟ ଅଧିନାୟକ କହିଲେ ଯେ କଣ ପାଇଁ ନୁହେଁ,  ଆମକୁ ବିଶ୍ଵାସ ଯେ ଆମେ ବହୁତ ଭଲ ଦଳ। 

ପ୍ରଶ୍ନରୁ ବଞ୍ଚୁଥିବା ଦେଖି ତାଙ୍କୁ କାଉଣ୍ଟର ପ୍ରଶ୍ନ କରାଗଲା- କଣ ବାସ୍ତବରେ ଏହି ଦଳ ଗତ ୧୫ ବର୍ଷରେ ସବୁଠୁ ଶ୍ରେଷ୍ଠ ଭାରତୀୟ ଦଳ ? ଏହି ସମୟରେ କୋହଲି ରାଗ ତମତମରେ କହିଲେ ଯେ ଆପଣଙ୍କୁ କଣ ଲାଗୁଛି ? ଆପଣଙ୍କୁ କଣ ଲାଗୁଛି ? ଉତ୍ତରରେ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟର କହିଲେ ଯେ ମୋତେ ଲାଗୁ ନାହିଁ ଏହି ଦଳ ଗତ ୧୫ ବର୍ଷରେ ଶ୍ରେଷ୍ଠ ଦଳ। ଏହା ଉପରେ ବିରାଟ କହିଲେ ଯେ ଏହା ଆପଣଙ୍କର ନିଜର ରାୟ।  ଏତେ କହିବା ପରେ ବିରାଟ ନିଜକୁ ସମ୍ଭାଳୁଥିବା ଦେଖିବାକୁ ମିଳିଥିଲା। ବିରାଟଙ୍କ ଏହି ଭିଡିଓ ଏବେ ଭାଇରାଲ ହୋଇଛି। 

ଉଲ୍ଲେଖଯୋଗ୍ୟ ଆଲୋଚକଙ୍କ ସମାଲୋଚନାରେ ଘେରି  ରହିଥିବା ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ ଦୃଢତାର ସହ କହିଥିଲେ ଯେ ଦଳର ବିଦେଶ ରେକର୍ଡ ଗତ ୧୫-୨୦ ବର୍ଷର ଦଳ ତୂଳନାରେ ସବୁଠୁ ଶ୍ରେଷ୍ଠ ଦଳ। ଶାସ୍ତ୍ରୀଙ୍କ ଏହି ବୟାନକୁ ନେଇ ରିପୋର୍ଟର କୋହଲିଙ୍କୁ ପ୍ରଶ୍ନରେ ଘାଇଲା କରିଥିଲେ। ଉଲ୍ଲେଖଯୋଗ୍ୟ ପାଞ୍ଚ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪-୧ରେ ଶୋଚନୀୟ  ଭାବେ ପରାଜିତ ହୋଇଛି। 

  • Tags:

Subscribe

National International State Sports Entertainment