ଝାଡଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଲଢିବେ ଉପନିର୍ବାଚନ । ସେ ଗିରିଡିହ ଜିଲ୍ଲାର ଗାଣ୍ତେୟ ବିଧାନସଭା ଆସନରୁ ଉପନିର୍ବାଚନ ଲଢିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ପକ୍ଷରୁ ଗୁରୁବାର ଏହା ପ୍ରକାଶ କରାଯାଇଛି । ଜେଏମ୍ଏମ୍ ବିଧାୟକ ସରଫରାଜ୍ ଅହମ୍ମଦଙ୍କ ଇସ୍ତଫା ପରେ ଗାଣ୍ଡେୟ ବିଧାନସଭା ଆସନଟି ଖାଲି ପଡି଼ଥିଲା । ମେ ୨୦ରେ ରାଜ୍ୟରେ ଲୋକସଭା ନିର୍ବାଚନ ସହିତ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଜମି ଦୁର୍ନୀତି ସହ ଜଡି଼ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ କଳ୍ପନା ରାଜନୀତି କ୍ଷେତ୍ରକୁ ପ୍ରବେଶ କରିଥିରିଲେ । ‘ଇଣ୍ଡିଆ’ ମେଣ୍ଟର ମିଳିତ ରାଲିରେ ତାଙ୍କର ଉପସ୍ଥିତିକୁ ଦେଖିବାକୁ ମିଳିଥିଲା । ବିଜେପି ପକ୍ଷରୁ ଗାଣ୍ଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ଦିଲୀପ କୁମାର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି ।
ଅଧିକା ପଢନ୍ତୁ: ଆଜି ୧୩ଟି ରାଜ୍ୟର ୮୮ ଆସନରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ