ଟେଷ୍ଟରେ ସବୁଠାରୁ ସଫଳ ବୋଲର ହେଲେ ଆଣ୍ଡରସନ୍, ମ୍ୟାକଗ୍ରାଙ୍କ ରେକର୍ଡ୍ ସହ ସମକକ୍ଷ
Khabar Odisha:india-vs-england-james-anderson-equals-glenn-mcgrath-becomes-highest-wicket-taking-pacer-in-tests
ଇଂଲଣ୍ଡ, ସେପ୍ଟେମ୍ବର ୧୧ (ଖବର ଓଡିଶା):

ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ୍ ଆଣ୍ଡରସନ୍ ଟେଷ୍ଟ୍ କ୍ରିକେଟରେ ମୋଟ୍ ୫୬୩ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆର ମହାନ ବୋଲର ଗ୍ଲେନ୍ ମ୍ୟାକଗ୍ରାଙ୍କ ସମକକ୍ଷ ହୋଇଛନ୍ତି । ଭାରତ ବିରୋଧରେ ଓଭାଲରେ ଖେଳା ଯାଇଥିବା ପଂଚମ ଟେଷ୍ଟର ଶେଷ ପାଳିରେ ଦୁଇଟି ୱିକେଟ୍ ନେଇ ସେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । 

ପଂଚମ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଆଣ୍ଡରସନ୍ ନିଜର ପ୍ରଭାବିତ ବୋଲିଂ ବଳରେ ୫୫୯ ୱିକେଟ୍ ଅକ୍ତିଆର କରିଥିଲେ । ମ୍ୟାଚର ଚତୁର୍ଥ ପାଳିରେ ଦୁଇ ୱିକେଟ୍ ନେଇ ସଂଯୁକ୍ତ ଭାବେ ମ୍ୟାକଗ୍ରାଙ୍କ ସହ ସେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ନିଜ ସ୍ୱିଙ୍ଗ୍ ବୋଲିଂରେ ବିଶ୍ୱସାରା ଚର୍ଚ୍ଚାରେ ଥିବା ଏହି ବୋଲର ରେକର୍ଡର ଅଧିକାରୀ ହେବା ପାଇଁ ୧୪୩ଚି ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ମ୍ୟାକଗ୍ରା ମାତ୍ର ୧୨୪ଟି ମ୍ୟାଚରେ ଏହି ମାଇଲଖୁଂଟ ଅତିକ୍ରମ କରିଥିଲେ । 

ମ୍ୟାକଗ୍ରା ନିଜର ଶେଷ ଟେଷ୍ଟ୍ ମ୍ୟାଚ୍ ଇଂଲଣ୍ଡ ବିରୋଧରେ ୨୦୦୭ରେ ଖେଳିଥିଲେ । ଟେଷ୍ଟ୍ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ୍ ଶ୍ରୀଲଙ୍କା ବୋଲର ମୁଥୟା ମୁରଲିଧରନଙ୍କ ନାମରେ ରହିଛି । ଏହା ପରେ ଅଷ୍ଟ୍ରଲିଆର ସେନ୍ ୱାର୍ଣ୍ଣ ଏବଂ ଭାରତର ଅନିଲ କୁମ୍ବଲେଙ୍କ ନାମ ରହିଛି । 

ସୂଚନାଯୋଗ୍ୟ କି, ୨୦୦୩ରେ ନିଜ କ୍ୟାରିଅରର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ଆଣ୍ଡରସନ୍ । ତାଙ୍କର ସର୍ବଶ୍ରେଷ୍ଠ  ପ୍ରଦର୍ଶନ ୱେଷ୍ଟ୍ ଇଣ୍ଡିଜ୍ ବିରୋଧରେ ୪୨-୭ ରହିଛି ।

  • Tags:

Subscribe

National International State Sports Entertainment