ସିମରନ ସିଂ ମୃତ୍ୟୁ ଘଟଣାରେ ନୂତନ ମୋଡ଼, ହତ୍ୟା ଅଭିଯୋଗ ଆଣିଲେ ବାପା
Khabar Odisha:crime-odisha-odia-actress-simron-singh-murder-case
ସମ୍ବଲପୁର,ଜାନୁଆରୀ ୧୦(ଖବର ଓଡ଼ିଶା):

ଜଣାଶୁଣା ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ସିଂ ମୃତ୍ୟୁ ଘଟଣା ପୁଣି ଏକ ନୂଆ ମୋଡ଼ ଦେଇ ଗତି କରୁଛି । ବୁର୍ଲା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବେଳେ ଏବେ ଏହାକୁ ଏକ ହତ୍ୟା ମାମଲାର ରୂପ ଦେଇଛି ।

ସେଲଫି ବେବୋ ଆଲବମ ଅଭିନେତ୍ରୀ ସିମରନ ସିଂ ଙ୍କ ମୃତଦେହ ସମ୍ବଲପୁର ଜିଲ୍ଲା ଗୋଇରା ମଠ ପୋଲ ନିକଟରୁ ସିମରନ ସିଂହଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ସେତେବେଳେ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନା ପୋଲିସ ଏବେ ଏହାକୁ ଏକ ହତ୍ୟା ମାମଲା ରୁଜୁ କରିଛି । ଏନେଇ ସମ୍ବଲପୁର ଏସିପି ସଂଜୀବ ଆରୋରା ସୂଚନା ଦେଇଛନ୍ତି । ସିମରନଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ଓ ଶାଶୁ ଘରଲୋକଙ୍କ ସଂପୃକ୍ତି ଥିବା କହିଛନ୍ତି ସିମରନଙ୍କ ବାପା । ପୋଲିସ ସିମରନଙ୍କ ସ୍ୱାମୀ ଧ୍ରୂବରାଜ ସୁନାକୁ ଗିରଫ କରି ତଦନ୍ତକୁ ଆଗକୁ ବଢାଇଛି।

Subscribe

National International State Sports Entertainment