ସାମାନ୍ୟ ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଫାର୍ସ ବଜାରରେ ଘଟିଛି। ଦୀର୍ଘଦିନ ହେବ ପାଣିକୁ ନେଇ ଦୁଇଟି ପରିବାର ମଧ୍ୟ ଝଗଡା ଲାଗିରହିଥିଲା। ତେବେ ଏହି ଝଗଡା ଉଗ୍ରରୂପ ନେଇଥିଲା ଯାହାଫଳରେ ନାବାଳିକା ଅତ୍ୟଧିକ ରାଗିଯାଇ ମହିଳାଙ୍କୁ ଛୁରୀ ଭୁଶି ହତ୍ୟା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ନାବାଳିକାଙ୍କୁ ଗିରଫ କରିଛି। ଏହାସହିତ ସମସ୍ତ ଘଟଣା ବାବଦରେ ନାବାଳିକାଙ୍କୁ ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଦିଲ୍ଲୀର ଫାର୍ସ ବଜାରରେ ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା। ଫାର୍ସ ବଜାରର ଏକ ଭଡା ଘରେ ଘର ମାଲିକଙ୍କ ସହିତ ତିନୋଟି ପରିବାର ରୁହନ୍ତି। ସମସ୍ତ ପରିବାର ବ୍ୟବହାର ପାଇଁ ଗୋଟିଏ କମନ୍ ଟ୍ୟାପ୍ ରହିଛି। ତେବେ ଏହି କମନ୍ ଟ୍ୟାପରେ ପାଣି ବ୍ୟବହାରକୁ ନେଇ ଦୀର୍ଘଦିନ ହେବ ଦୁଇଟି ପରିବାର ମଧ୍ୟ ଝଗଡା ଲାଗିରହିଥିଲା। ତେବେ ମହିଳା ଜଣଙ୍କ ନାବାଳିକାଙ୍କର ହାତ ମୋଡି ଦେଇଥିଲେ ଏଥିରୁ ଉତ୍ୟକ୍ତ ହୋଇ ନାବାଳିକା ଜଣକ ଏକ ଛୁରୀ ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରିଥିଲେ। ତେବେ ମହିଳାଙ୍କର ଅତ୍ୟଧିକ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ନାବାଳିକାଙ୍କୁ ଗିରଫ କରିବା ପରେ ଘଟଣାର ତଦନ୍ତ କରୁଛି।