ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ । ପୋଲିସ ଅଭିଯୁକ୍ତଙ୍କ ଠାରୁ ୧୮ ଲକ୍ଷ ୧୬ ହଜାର ଟଙ୍କା, ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୂପା ଜବତ କରିବା ସହିତ ୧୬ ଟି ଖଣ୍ଡା,୨ଟି ବନ୍ଧୁକ, ଗୋଟିଏ ସ୍କପିଓ, ଗୋଟିଏ ବାଇକ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର ।
ପୋଲିସ ସୂଚନା ଅନୁସାରେ, ଗତ ୭ ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣ ସାହି ଖରିଜା ଗ୍ରାମର ନିବାସୀ ହୋମିଓପାଥି ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରି କରି ନେଇଥିଲେ ଦୁର୍ବୃତ୍ତ । ସମାନ ଢଙ୍ଗରେ ଏହି ଅପରାଧୀମାନେ କୋଣାର୍କ ଓ ଅସ୍ତରଙ୍ଗରେ ମଧ୍ୟ ଘରୁ ଲୁଟ କରିଥିଲେ । ଏହି ଘଟଣାରେ ପୋଲିସର ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅପରାଧୀମାନଙ୍କ ଠାରୁ ବିଫୁଳ ପରିମାଣର ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ସହ ବିଭିନ୍ନ ମାରଣା ଅସ୍ତ୍ର ଏବଂ ୭ଟି ବୋମା ଜବତ କରିଛି ପୋଲିସ ।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ