ବଇରି ସାଜି ନାବାଳକ ପୁଅକୁ ଅତି ନିର୍ମମ ଭାବରେ ପିଟି ପିଟି ହତ୍ୟା କଲା ବାପା । ହତ୍ୟା ଘଟଣାକୁ ଲୁଚାଇବା ପାଇଁ ପୁଅର ମୃତଦେହକୁ ଜାଳିଦେବା ବେଳେ ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇ ଅର୍ଦ୍ଧଦଗ୍ଧ ମୃତଦହେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ସୋନିପତ ଅଞ୍ଚଳରେ ।
ସୂଚନା ଅନୁସାରେ, ହରିୟାଣା ସୋନିପତ ମୋହନା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ମୋହନ ଗାଁ ନିବାସୀ ଓମପ୍ରକାଶ କୌଣସି କାରଣରୁ ତାଙ୍କ ପୁଅ ରୋହିତଙ୍କୁ ପିଟିପିଟି ହତ୍ୟା କରିଥିଲେ । କିନ୍ତୁ ଘରର ସିଡ଼ି ତଳେ ପଡ଼ିଯିବା କାରଣରୁ ରୋହିତର ମୃତ୍ୟୁ ହୋଇଥିବାର ନେଇ ଓମପ୍ରକାଶ ଗ୍ରାମବାସୀଙ୍କୁ କହିଥିଲା । ପରେ ରୋହିତଙ୍କ ମୃତଦେହକୁ ନେଇ ଗାଁ ପାଖରେ ଥିବା ଏକ ପଡିଆରେ ସତ୍କାର କରୁଥିଲେ ଓମପ୍ରକାଶ । ତେବେ ରୋହିତଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରି ମୋହନା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥାଳରେ ପହଞ୍ଚିଥିଲା ପୋଲିସ ଆଉ ଜଳୁଥିବା ରୋହିତଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜୁଇରୁ ବାହାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ । ଏହାସହ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ରାଜଧାନୀରେ ନକଲି ପୋଲିସ ଗ୍ୟାଙ୍ଗ୍