ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ଭଞ୍ଜପୁର ପୋଲିସ ନିକଟରେ ମାମଲା ଦାଖଲ କରାଯିବାପରେ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ମୁତାବକ, ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ଜିଲ୍ଲାର ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ୯.୬ କୋଟି ଟଙ୍କା ବ୍ୟାଙ୍କ ଅଫ ଇଣ୍ଡିଆକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏପ୍ରିଲ ୧୦ ରୁ ୧୧ ମଧ୍ୟରେ ୪ ଟି ଚେକ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଦୁଇଟି ବେନାମୀ ସଂସ୍ଥାକୁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଛି ।
ଏସମ୍ପର୍କରେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ସେମାନେ ଏହା ବିଷୟରେ ଜାଣିବା ପରେ ସେମାନେ ଏନେଇ ତୁରନ୍ତ ଭଞ୍ଜପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଏହାର ଅନୁସନ୍ଧାନ କରୁଛି ।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିରରେ ପଡ଼ିଥିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ