ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ନିକଟରେ ଥିବା ଅବସରପ୍ରାପ୍ତ ସୈନିକଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ କବାଟର ତାଲା ଭାଙ୍ଗି ଡୟକାୟମାନେ ସବୁକିଛି ଲୁଟି ନେଇଛନ୍ତି । ଆଲମାରୀ ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏ ନେଇ ପୂର୍ବତନ ସୁବେଦାର ଶିବରାମ ମହାକୁଡ଼ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି ।
ଅବସରପ୍ରାପ୍ତ ସୈନିକ ସୁବେଦାର ଶିବରାମ ମହାକୁଡ଼ଙ୍କ ଅଭିଯୋଗ ମୁତାବକ, ସେ ଗତକାଲି ତାଙ୍କ ସ୍ତ୍ରୀଙ୍କୁ ନେଇ କଟକ ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ସକାଳୁ ଘରକୁ ଫେରି ଦେଖିବା ପରେ ଘର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିଲା । ଏହା ପରେ ଘର ଭିତର କବାଟ ଭଙ୍ଗା ଯାଇଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ l ଘରର ଆଲମାରୀ ଭାଙ୍ଗି ପ୍ରାୟ ୮୫ ହଜାର ଟଙ୍କା ନଗଦ ସହ ପ୍ରାୟ ୮୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । ଚୋରି ହୋଇଥିବା ଅଳଙ୍କାର ଭିତରେ ରହିଛି ଦୁଇଟି ହାର, ବ୍ରେସଲେଟ୍, ମୁଦି, ସୁନା କାନଫୁଲ ଇତ୍ୟାଦି ରହିଛି । ଶିବରାମ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି ।