ଭୁବନେଶ୍ୱର:ପଡ଼ୋଶୀ ରାଜ୍ୟ ଦୁଇଟି ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଅଧିକ ଦୃଢ଼ କରିବା କ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ସୋମବାର ଦିନ ଲୋକଭବନରେ ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନମୂଳକ ଭାବେ ଭେଟିଛନ୍ତି। ଏହି ଅବସରରେ ଉଭୟ ରାଜ୍ୟର ସାମାଜିକ, ସାଂସ୍କୃତିକ ବନ୍ଧନ ଏବଂ ବିକାଶମୂଳକ ସହଯୋଗକୁ ନେଇ ବିସ୍ତୃତ ଆଲୋଚନା ହୋଇଛି।
ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ରହିଥିବା ପୁରୁଣା ସମ୍ପର୍କକୁ ଆଗାମୀ ଦିନରେ ଆହୁରି ମଜବୁତ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ପାରସ୍ପରିକ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ନେତା ନିରନ୍ତର ସମନ୍ୱୟ ରକ୍ଷା କରିବା ପାଇଁ ମତବ୍ୟକ୍ତ କରିଥିଲେ।
ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା। ବୈଠକର ଶେଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ରାଜ୍ୟପାଳ ପରସ୍ପରକୁ ସ୍ମାରକୀ ତଥା ଉପହାର ପ୍ରଦାନ କରିଥିଲେ।
Also Read: ଅଶୋକ ତ୍ରିପାଠୀ କମିଟିର ରିପୋର୍ଟ ପ୍ରଦାନ: ଶିକ୍ଷକ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି