ବରଗଡ଼: ବରଗଡ଼ ଜିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । କାରରେ ଯାଉଥିବାବେଳେ ଆଗଲପୁର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳି ମାଡ଼ କରାଯାଇଛି । ଡୁଙ୍ଗୁରିପାଲି ଥାନା ଚିନାଜୁରି କେବାଟ କେନାଲ ରାସ୍ତାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଡୁଙ୍ଗୁରିପାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଂଚାୟତ ଡୁଡୁକା ଗ୍ରାମର ଅଚୁତା ନାୟକ ସମିତି ସଭ୍ୟ ଥିଲେ l ପରିବାର ଲୋକଙ୍କ କହିବା ଅନୁସାରେ ସେ ଗତକାଲି ବରଗଡ଼କୁ ଯାଇଥିଲେ । ଏହି ସମୟରେ ଡୁଙ୍ଗୁରିପାଲି ଥାନା ଚିନାଜୁରୀ କେବାଟ କେନାଲ ରାସ୍ତାରେ ତାଙ୍କୁ ଗୁଳି କରାଯାଇଛି ।ସ୍ଥାନୀୟ ଲୋକେ ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ କାର୍ ଭିତରୁ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର କରିଛି । ତାଙ୍କ ବେକରେ ଗୁଳି ବାଜିଥିବାବେଳେ କାର୍ ଭିତରେ ଏକ ଖୋକା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି ।
ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚିଛନ୍ତି । ପୋଲିସ ମୃତଦେହକୁ ଜବତ କରିଛି । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ତଦନ୍ତ ପରେ ସବୁକିଛି ହେବ ।