କଟକ: ଗଞ୍ଜେଇ କାରବାର ସମ୍ପର୍କିତ ଅଡ଼ିଓ ଭାଇରାଲ ମାମଲାରେ ପୁଣି ଥରେ ବୌଦ୍ଧ ଆଦର୍ଶ ଥାନାର ପୂର୍ବତନ ଆଇଆଇସିଙ୍କୁ ବଦଳି କରାଯାଇଛି । ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି । ପୋଲିସ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ତାଙ୍କର ବଦଳି କରାଯାଇଛି । ସେ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଗତ ୧୫ ଦିନରେ ଏହା ତାଙ୍କର ଦ୍ୱିତୀୟ ବଦଳି ଅଟେ ।
ଗତ ମାସ ୨୪ ତାରିଖରେ ଗଞ୍ଜେଇ ମାଫିଆଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ବୌଦ୍ଧ ଏସପି ୩ ଜଣ ଥାନା ଅଧିକାରୀ ଏବଂ ୩ ଜଣ ଫାଣ୍ଡି ଅଧିକାରୀଙ୍କୁ ବଦଳି କରିଥିଲେ । ଆଦର୍ଶ ଥାନାର ପୂର୍ବତନ ଅଧିକାରୀ ନଳିନୀକାନ୍ତ ଦାସ ଏବଂ ଏଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ସେହିପରି ରଞ୍ଜିତ୍ ମୁନିଙ୍କୁ ବୌଦ୍ଧ ଆଦର୍ଶ ଥାନାର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ବବିତା ସାହୁଙ୍କୁ ପୁରୁଣାକଟକ ଥାନାର ନୂଆ ଆଇଆଇସି ଭାବେ ନିଯୁକ୍ତି ମିଳିଥିଲା ।