ମାଲକାନଗିରି ଜିଲ୍ଲା ମାଥିଲି JMFC କୋର୍ଟର କିରାଣି ଅଚ୍ୟୁତ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମାମଲାର ସମାଧାନ କରାଇଦେବା ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଥିଲା ଓଡ଼ିଶା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ଟିମ୍ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଜୟପୁର ଓ ମାଲକାନଗିରି ଘରେ ଚଢ଼ାଉ କରିଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଅଚ୍ୟୁତ ପ୍ରଧାନଙ୍କ ନାମରେ କୋରାପୁଟ ଭିଜିଲାନ୍ସ ଥାନାରେ ମଧ୍ଯ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
ଅନ୍ୟପଟେ ୭ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ କଟକ ଜିଲ୍ଲା ଆଠଗଡ଼ର ପୂର୍ବତନ ଫରେଷ୍ଟର ଆଶିଷ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ଏବେ କଟକ ସ୍ଥିତ ଡିଏଫଓଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଥିବା ବେଳେ ଆବଶ୍ୟକ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।