ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାପାଲିରେ ସ୍କ୍ରବଟାଇଫସରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବୃଦ୍ଧ ହେଲେ ଭାଗିରଥୀ ଭୋଇ (୬୮) l ଅଭିଯୋଗ ମୁତାବକ, ଭାଗିରଥୀ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କର ଜ୍ୱର ହେବା ସହିତ ମୁଣ୍ଡ ହେଉଥିଲା । ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ରକ୍ତ ନମୁନା ପରୀକ୍ଷଣରେ ସେ ସ୍କ୍ରବଟାଇଫସରେ ଆକ୍ରାନ୍ତ ଥିବା ଜଣାପଡିଥିଲା l ମାତ୍ର ଚିକିତ୍ସା ବିଳମ୍ବ ହୋଇଥିବାରୁ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ କହିଛନ୍ତି ।