ବଲାଙ୍ଗୀର : ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ନୃଶଂସ ସ୍ବାମୀ । ତିନି ବର୍ଷର ଝିଅକୁ ବି କଲା ରକ୍ତାକ୍ତ। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆପାଲି ଗାଁରେ ଘଟିଛି ଏଭଳି ଅଭାବନୀୟଘଟଣା। ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର। ଗୁରୁତର ଝିଅ ପାଟଣାଗଡ଼ ଡାକ୍ତରଖାନା ସ୍ଥାନାନ୍ତର । ମଦ୍ୟପ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବେଲପଡା ପୋଲିସ ।
ସୂଚନା ଅନୁଯାଯୀ ଭରୁଆପାଲି ଗାଁର ଜୟକିସାନ କରୁଆଁ ମଦ୍ୟପାନ କରି ଘରକୁ ଆସିଥିବା ବେଳେ କୌଣସି କଥାକୁ ନେଇ ସ୍ତ୍ରୀ ସହ ଯୁକ୍ତିତର୍କ ହୋଇଥିଲା ଏହାପରେ ଉତ୍ୟକ୍ତ ହୋଇ ସ୍ତ୍ରୀ ରଞ୍ଜିତା ଓ ଝିଅ ଉମାକାନ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ରଞ୍ଜିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରିବାର ଓ ଗ୍ରାମବାସୀ ଗୁରୁତର ଉମାକାନ୍ତିଙ୍କୁ ଉଦ୍ଧାରକରି ପ୍ରଥମେ ବେଲପଡା ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ପାଟଣାଗଡ଼ ସ୍ଥାନାନ୍ତର କରାଯାଇଛି । ବେଲପଡା ପୋଲିସ ଜୟକିସାନଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।