ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଏହା ସହ କିଛି ଟ୍ରେନ୍ର ଯାତ୍ରା ଆଂଶିକ ଭାବେ ବନ୍ଦ ରଖାଯିବା ସହ ଉତ୍ପତ୍ତି ଷ୍ଟେସନ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାର ପ୍ରଭାବ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀଙ୍କ ଉପରେ ପଡ଼ିବ।
ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ-ୟାନମ୍ ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ଛୁଇଁପାରେ।
ଦକ୍ଷିଣ ଉପକୂଳ ରେଳବାଇ (SCoR) ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟାକୁ ଦୃଷ୍ଟିରେ ରଖି କିଛି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ଅନ୍ୟ କିଛି ଟ୍ରେନ୍ର ଯାତ୍ରା ଆଂଶିକ ଭାବେ ସୀମିତ କରାଯାଇଛି।
କେଉଁ କେଉଁ ଟ୍ରେନ୍ ବାତିଲ୍?
- - ୧୮୫୧୫ ବିଶାଖାପାଟଣା–କିରାଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ବାତିଲ୍।
- - ୧୮୫୧୬ କିରାଣ୍ଡୁଲ୍–ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ୍: ଅକ୍ଟୋବର ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ବାତିଲ୍।
- - ୫୮୫୩୮ ବିଶାଖାପାଟଣା–କୋରାପୁଟ ପାସେଞ୍ଜର୍: ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍।
- - ୫୮୫୩୭ କୋରାପୁଟ–ବିଶାଖାପାଟଣା ପାସେଞ୍ଜର୍: ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ ବାତିଲ୍।
- - ୧୮୫୧୨ ବିଶାଖାପାଟଣା–କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍: ଅକ୍ଟୋବର ୩୦ରେ ବାତିଲ୍।
- - ୧୮୫୧୧ କୋରାପୁଟ–ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍: ଅକ୍ଟୋବର ୩୧ରେ ବାତିଲ୍।
- - ୫୮୫୦୧ ବିଶାଖାପାଟଣା–କିରାଣ୍ଡୁଲ୍ ପାସେଞ୍ଜର୍: ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍।
- - ୫୮୫୦୨ କିରାଣ୍ଡୁଲ୍–ବିଶାଖାପାଟଣା ପାସେଞ୍ଜର୍: ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍।
ହୀରାଖଣ୍ଡ ଏକ୍ସପ୍ରେସ୍ରେ ବି ପରିବର୍ତ୍ତନ
ବାତ୍ୟା ପାଇଁ ହୀରାଖଣ୍ଡ ଏକ୍ସପ୍ରେସ୍ର ଯାତ୍ରାରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
- - ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ରାୟଗଡ଼ାଠାରେ ଯାତ୍ରା ସମାପ୍ତ କରିବ।
- - ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍: ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ କୋରାପୁଟ ବଦଳରେ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିବ।
ବାତ୍ୟା ଯୋଗୁଁ ଯାତ୍ରା ଯୋଜନା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଯାତ୍ରୀମାନେ ଷ୍ଟେସନ୍କୁ ଯିବା ପୂର୍ବରୁ ନିଜ ଟ୍ରେନ୍ର ସ୍ଥିତି ଓ ସମୟସୂଚୀ ଯାଞ୍ଚ କରିନେବା ଉଚିତ।