କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରୁ ଚମ୍ପଟ ମାରିଥିବା ଦୁଇ କଏଦୀ ଙ୍କ ମଧ୍ୟରୁ ଜଣକୁ ପୋଲିସ ଖୋଜିପାଇଛି । ସମ୍ପୃକ୍ତ କଏଦୀ ସିକନ୍ଦର ଜାଲ ବୋଲି ଜଣାପଡିଛି । ଧର୍ମଗଡ ନିକଟସ୍ଥ କାଶିବାହଲ ଅଞ୍ଚଳରେ ପୋଲିସ ଧରିଥିଲା ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ କାରାଗାରରୁ ରବିବାର ସକାଳୁ ୨ ଜଣ କଏଦୀ ବଗିଚା କାମ କରୁଥିଲେ । ଏହି ସମୟରେ ସୁଯୋଗ ଦେଖି ଦୁଇ ଜଣ କଏଦୀ ଜେଲର ପାଚେରୀ ଡେଇଁ ଚମ୍ପଟ ମାରିଥିଲେ । ଫେରାର ଦୁଇ ଜଣ ବିଚାରଧୀନ କଏଦୀଙ୍କ ନାମ ହେଲେ ସିକନ୍ଦର ଜାଲ ଓ ନୀଳମଣି ବିଭାର । ଜଣେ ଫେବୃଆରୀ ମାସରେ ଓ ଆଉ ଜଣେ ମାର୍ଚ୍ଚ ମାସରେ ପୋସ୍କୋ ମାମଲାରେ ବିଚାରଧୀନ କଏଦୀ ଭାବରେ ଜେଲରେ ଥିଲେ । ହେଲେ ରବିବାର ସକାଳୁ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାର ସୁଯୋଗ ନେଇ ସେମାନେ ଫେରାର ମାରିବା ପରେ ଜେଲ କର୍ତ୍ତୃପକ୍ଷ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ପୋଲିସ ଦୁଇଟି ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଧର୍ମଗଡର ସିକନ୍ଦର ଜାଲକୁ ତାଙ୍କ ଘରୁ ଗିରଫ କରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ କଏଦୀକୁ ଧରିବାରେ ବିଫଳ ରହିଛନ୍ତି ପୋଲିସ ଓ ଜେଲ କର୍ତ୍ତୃପକ୍ଷ ।
ଅଧିକ ପଢ଼ନ୍ତୁ : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା