ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ବାଣୀବିହାର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର । ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର । ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା ପୋଲିସ ଜବତ କରିଛି । ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।