ଛାଡ଼ିଗଲା ସରକାରୀ ଶିକ୍ଷକଙ୍କ ୟୁଟ୍ୟୁବ ନିଶା । ମହଙ୍ଗା ପଡିଲା ପ୍ରାଇମେରୀ ସ୍କୁଲ ପ୍ରଶ୍ନପତ୍ର ଲିକ । ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ । ନିଜର ୟୁଟୁବ ଭ୍ୟିୁ ବଢାଇବା ପାଇଁ ସ୍ତ୍ରୀଙ୍କ ସହ ମିଶି ଏମିତି କରିଥିଲେ ଜଗନ୍ନାଥ । ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ । ଏନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା ।
ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୋଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିଲା ପ୍ରମାଣ ପାଇଥିଲା ପୋଲିସ । ଏହି ୟୁଟୁବରେ ମାଲିକ ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ । ଯାହାଙ୍କ ଘର ଗଂଜାମର ରମ୍ଭା । ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚ୍ୟାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲା । ଏକ୍ସକ୍ଲୁଜିଭ ଭ୍ୟିୁ ପାଇଁ ନିଜର ୟୁଟ୍ୟୁବ ଚାଲେନରେ ପ୍ରସାରଣ କରୁଥିଲେ । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ ହୋଇଛି । ୟୁଟୁବରେ ସବୁ ଭିଡ଼ିଓ ଜବତ ହୋଇଛି ।
ଆଇପିସିର ଧର୍ତବ୍ୟ ଅପରାଧରେ 420 IPC / 66(B)/65 IT ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏହି ମାମଲାରେ ଜଣେ ଗିରଫ ହୋଇଥିଲା । ତେବେ ସୋସିଆଲ ମିଡିଆରେ ହିରୋ ହେବାକୁ ସମସ୍ତଙ୍କୁ ଏବେ ଘାରିଛି ନିଶା । ରାତାରାତି ଫ୍ୟାନ ଫଲୋର୍ସ ବଢାଇ ଟଙ୍କା ରୋଜଗାର ପାଇଁ ଚଳାଇଛନ୍ତି ପ୍ରୟାସ । ହେଲେ ଏହା ଯେ ଜଣକ ପାଇଁ କାଳ ସାଜିଛି ତାହା ଏହି ଘଟଣାରୁ ସାମ୍ନାକୁ ଆସିଛି । ୟୁଟ୍ୟୁବରେ ଭାଇରାଲ ହେବା ଆଶାରେ ଶିକ୍ଷକ ଜଣକ ଏବେ ଜେଲ ହାଜତକୁ ଯାଇଛନ୍ତି ।
ଅଧିକ ପଢ଼ନ୍ତୁ : ବିଜେପି ପ୍ରତିଷ୍ଠା ଦିବସରେ ସମ୍ବଲପୁରରେ ଧର୍ମେନ୍ଦ୍ର