ପୂଜା ସାରି ମଂଚରୁ ଓହ୍ଲାଇଲେ ତୃଣମୂଳ କଂଗ୍ରେସ ବିଧାୟକ, ଦୁର୍ବୃତ୍ତଙ୍କ ଗୁଳିରେ ମୃତ୍ୟୁ
Khabar Odisha:Crime-firing-tmc-mla-from-krishnaganj-satyajit-biswas-shot-dead-nadia-district

କୋଲକାତା, ଫେବୃୟାରୀ ୧୦ (ଖବର ଓଡ଼ିଶା): ପଶ୍ଚିମବଙ୍ଗର କୃଷ୍ଣଗଂଜ ବିଧାନସଭାରୁ ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ୱାସଙ୍କୁ ଶନିବାର ନଦିଆ ଜିଲ୍ଲାରେ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । କୁହାଯାଉଛି ଯେ, ବିଶ୍ୱାସ ରାତି ପାଖାପାଖି ୮ଟାରେ ମାଜିୟା-ଫୁଲବାଡି ଅଂଚଳରେ ସରସ୍ୱତୀ ପୂଜା ସମାରୋହରେ ଅଂଶଗ୍ରହଣ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଗୁଳି ବାଜିବା ମାତ୍ରେ ବିଧାୟକଙ୍କ ଘଟଣାସ୍ଥଲରେ ମୃତ୍ୟୁ ହୋଇଥିଲା । ସତ୍ୟଜିତଙ୍କୁ ଗୁଳି ବାଜିବା ପରେ କୃଷ୍ଣାନଗର ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । 

ସତ୍ୟଜିତ ବିଶ୍ୱାସ ସରସ୍ୱତୀ ପୂଜା ଉଦଘାଟନ କରିବା ପରେ ମଂଚରୁ ତଳକୁ ଓହ୍ଲାଉଥିଲେ । ମଂଚ ନିକଟକୁ ତାଙ୍କର କାର ଆସୁଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ଅଚାନକ ଗୁଳି କରିଥିଲେ । ଏହି ଘଟଣାରେ ତୃଣମୂଳ କଂଗ୍ରେସର ମହାସଚିବ ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ବିଧାୟକ ହତ୍ୟାକାରୀକୁ ସହଜରେ ଛଡ଼ା ଯିବ ନାହିଁ । ତାଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛି ଖଳ ପ୍ରକୃତିର ଲୋକ ବିଧାୟକଙ୍କୁ ହତ୍ୟା କରିଛନ୍ତି । 

 

  • Tags:

Subscribe

National International State Sports Entertainment