ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ଵର ଡମଣାର ଟ୍ରାଫିକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଛାନଭିନ କରୁଛି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଏକ ପାସେଞ୍ଜର ଅଟୋ ଯାତ୍ରୀମାନଙ୍କୁ ନେଇ ଯାଉଥିଲା। ତେବେ ଭୁବନେଶ୍ଵର ଡମଣାର ଟ୍ରାଫିକ ଛକ ନିକଟରେ ଅଟୋର ବ୍ରେକ୍ ଫେଲ ହୋଇଯିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଫଳରେ ଏଥିରେ ଡ୍ରାଇଭରଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଆହତଙ୍କ ମଧ୍ୟରେ ଜଣେ ମହିଳା ଏବଂ ଛୋଟ ଝିଅର ହାତ ଭାଙ୍ଗିଛି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।