ସମ୍ବଲପୁର ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ନାମାଙ୍କନ ଦାଖଲର ଶେଷ ଦିନରେ ବିଏସପି, ସମାଜବାଦୀ ପାର୍ଟି,କୋଶଳ ବାଦୀ ସଂଗଠନ ସମେତ ବହୁ ସ୍ୱାଧୀନ ପ୍ରାର୍ଥୀ ନିଜର ପ୍ରାଥିପତ୍ର ଦାଖଲ କରିଥିଲେ। ବିଏସପି ସମ୍ବଲପୁର ପକ୍ଷରୁ ଲୋକସଭା ପ୍ରାର୍ଥୀ ସଦାନନ୍ଦ ରଣବିଡା, କୋଶଳ ବାଦୀ ନେତା ଜ୍ଞାନେନ୍ଦ୍ର ବେହେରା, ସ୍ୱାଧୀନ ପ୍ରାର୍ଥୀ ଆତ୍ମାରାମ ସୁପକାରଙ୍କ ସମେତ ବହୁ ପ୍ରାର୍ଥୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାସହ ରେଙ୍ଗାଲି ବିଧାନସଭା ପାଇଁ ବିଏସଏପି ପ୍ରାର୍ଥୀ ଆନନ୍ଦିନୀ ବେସନ ଓ ସ୍ୱାଧୀନ ପ୍ରାର୍ଥୀ ଭାବରେ କୈବର୍ତ୍ତ ସମାଜ ପକ୍ଷରୁ ସୁଶାନ୍ତ ଡନସନା ନିଜର ପ୍ରାର୍ଥୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିଥିଲେ। ତେବେ ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଭାବେ ବିଏସପି ପକ୍ଷରୁ ଅନିଲ ସୁନା, ସମାଜବାଦୀ ପାର୍ଟିର ଅନିଲ ଯାଦବ ପ୍ରମୁଖ ନିଜର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବାପରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା। ତେବେ ମଙ୍ଗଳବାର ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହ ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହ ଜିଲ୍ଲାରେ ଚୁଡାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ । ଏହା ସହ ସମ୍ବଲପୁରରେ ବିକାଶର ଆବଶ୍ୟକତା ଥିବାବେଳେ ପରିବର୍ତ୍ତନ ଆଣିବାକୁ ପ୍ରତିଶୃତି ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ।
ଅଧିକ ପଢନ୍ତୁ : ଧମକପୂର୍ଣ୍ଣ ପୋଷ୍ଟର ମାରିଲେ ମାଓବାଦୀ