ନିର୍ବାଚନ ପୂର୍ବରୁ ପୁଣି ମାଓବାଦୀମାନେ କଲେ ଅସ୍ତିତ୍ୱ ଜାହିର । ଓଡ଼ିଶା-ଝାଡ଼ଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଥିବା ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟ, ସାପ୍ତାହିକ ହାଟ ଓ ଶ୍ରମିକ ସଂଗଠନ କାର୍ଯ୍ୟାଳୟଗୁଡିକରେ ମାଓବାଦୀମାନେ ଧମକପୂର୍ଣ୍ଣ ପୋଷ୍ଟର ମାରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା , କେ ବଲାଙ୍ଗ ଥାନା ଅନ୍ତର୍ଗତ ବଡ ବାଲିଯୋର ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ପୋଷ୍ଟର ଠାବ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୋଲିସ,ଓ ଅର୍ଦ୍ଧ ସାମରିକ ଯବାନ ମିଳିତ ଭାବରେ ସମ୍ପୃକ୍ତ ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ଜବତ କରିଛନ୍ତି । ନିର୍ବାଚନ ସମୟରେ ମାଓବାଦୀଙ୍କର ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି । ଏହି ଘଟଣା ପରେ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।