ପାରାଦ୍ବୀପ ବନ୍ଦର ସମୁଦ୍ର ପୋତାଶ୍ରୟରୁ ଉଦ୍ଧାର ହେଲା ଏକ ହରିଣ l ସୋମବାର ସକାଳ ପ୍ରାୟ ୮ ଟା ସମୟରେ ଏକ ହରିଣ ପିପିଏଲ ଜେଟି ସମୁଦ୍ରରେ ପଡ଼ି ଜୀବନ ବିକଳରେ ପହଁରୁଥିବାର ଦେଖିବାକୁ ମିଳିଥିଲା l ତେବେ ଏହି ଅସହାୟ ହରିଣ ଟିକୁ ବନ୍ଦର ମେରାଇନ ବିଭାଗ ଓ ସିଆଇଏସଏଫ କର୍ମଚାରୀ ମାନେ ଏକ ବୋଟ ସାହାଯ୍ୟରେ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି l
କିଛିଦିନ ତଳେ ଗୋଟିଏ ହରିଣ ପାରାଦୀପ ବନ୍ଦର ପୋତାଶ୍ରୟ ସମୁଦ୍ରରେ ଖସି ପଡ଼ି ଉଦ୍ଧାର କରାଯାଇଥିବା ବେଳେ ସୋମବାର ମଧ୍ୟ ଏକ ହରିଣ ପିପିଏଲ ଜେଟି ସମୁଦ୍ରରେ ପଡ଼ି ଜୀବନ ବିକଳରେ ପହଁରୁଥିବାର ଦେଖିବାକୁ ମିଳିଲା ପରେ ହରିଣଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି l
ବନ୍ଦର ଓ ଶିଳ୍ପ ସହର ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ଦ୍ରୁତ ଶିଳ୍ପାୟାନ ଓ ଜଙ୍ଗଲ ନଷ୍ଟ ଯୋଗୁଁ ବନ୍ୟ ଜନ୍ତୁ ମାନେ ଏବେ ବାସହରା ହୋଇ ସହରାଭିମୁଖୀ ହେଉଛନ୍ତି l ଏଥିସହ ଦିନକୁ ଦିନ ଜଙ୍ଗଲ ଧିରେ ଧିରେ ସଫା ହେବାରେ ଲାଗିଛି l ଯାହାଫଳରେ ହରିଣ ମାନେ ନିଜର ଆଶ୍ରୟସ୍ଥଳ ନପାଇ ବ୍ୟତିବ୍ୟସ୍ତ ଭାବେ ଏଣେ ତେଣେ ବୁଲିବା ଓ ଲୋକଙ୍କ ପାଟି ଶୁଣି ଇତସ୍ଥତ ଭାବେ ଦୌଡ଼ି ସମୁଦ୍ର ମଧ୍ୟକୁ ଖସି ପଡୁଥିବା କୁହାଯାଉଛି l ଅନ୍ୟପଟେ ଏହି ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପରିବେଷ ଵିତ୍ ଏବଂ ବନ୍ୟଜନ୍ତୁ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ :-ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକ ନାଟକ ରାମଲୀଳା ମହୋତ୍ସବ ଉଦଯାପିତ