ମଧ୍ୟପ୍ରଦେଶର ଜବଲପୁରରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରାକ୍ଟର ଓଲଟି ପାଂଚ ଜଣଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଜବଲପୁର ଥାନା ଅନ୍ତର୍ଗତ ତିନେଟା ଗ୍ରାମ ଅଂଚଳର ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଯାଉଥିବା ସମୟରେ ଓଲଟି ପଡିଛି । ଯାହା ଫଳରେ ପାଂଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଆହତ ହୋଇଛନ୍ତି । ଏବଂ ସମସ୍ତେ ଟ୍ରାକ୍ଟର ତଳେ ଚାପି ହୋଇଯାଇଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିବା ସହିତ ମେଡିକାଲରେ ଭର୍ତି କରିଛି । ଏବଂ ଜିଲା ପ୍ରଶାସନ ପକ୍ଷରୁ ମୃତକ ପରିଜନଙ୍କୁ ୫୦,୦୦୦ ଟଙ୍କା ଏବଂ ଆହତଙ୍କୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରାଯାଇଛି।