ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ। ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଏଥିପାଇଁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପରିବାର ଲୋକେ ପୁଅକୁ ପାଠ ପଢାଇବା ପାଇଁ ହଷ୍ଟେଲକୁ ଛାଡିଥିଲେ । ପୁଅ ଘରଛାଡି ହଷ୍ଟେଲକୁ ଯାଇଥିଲା କିନ୍ତୁ ଆଉ ଘରକୁ ଫେରିଲା ନାହିଁ। ମୃତକଙ୍କ ନାଁ ବିଶ୍ୱଭୂଷଣ ସ୍ୱାଇଁ। ଏଭଳି ଘଟନ ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ମୃତ ଛାତ୍ର ଜଣକ ଜଗତସିଂହପୁର ଜିଲ୍ଲାର ଗୋପୀନାଥପୁର ବାସିନ୍ଦା । ବିଶ୍ୱଭୂଷଣ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ ଜଗତସିଂହପୁର ଜିଲ୍ଲାର ଗୋପାଳସାଗରରେ ଥିବା ଏକ ଘରୋଇ ହଷ୍ଟେଲରେ ରହୁଥିଲେ । ସେହିଠାରେ ସେ ପ୍ରାୟ ୭ ମାସ ହେଲା ରହି ସେ ପାଠ ପଢୁଥିଲେ। ସୋମବାର ସକାଳୁ ବିଶ୍ୱଭୂଷଣଙ୍କର ମୃତ୍ୟୁ ହୋଇଥିବା ହଷ୍ଟେଲ କର୍ମଚାରୀ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ବିଶ୍ୱଭୂଷଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ସେଠାରେ ପହଞ୍ଚି ପୁଅର ମୃତ୍ୟୁକୁ ସହ୍ୟ କରିପାରିନଥିଲେ। ଏହାପରେ ସେମାନେ ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ : ବନ୍ଧୁକ ମୁନରେ ଲୁଟି ନେଲେ ୧୫ ଲକ୍ଷ ଟଙ୍କା