ବନ୍ଧୁକ ମୁନରେ ଲୁଟି ନେଲେ ୧୫ ଲକ୍ଷ ଟଙ୍କା । ଦିନକୁ ଦିନ ବଢିଚାଲିଛି ଡକାୟତି ମାନଙ୍କ ଲୁଟପାଟ । ଯାହାଫଳରେ ଅନେକ ଲୋକ ଭୟରେ ଜୀବନ ବିତାଉଛନ୍ତି । ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖଣ୍ଡା ଓ ବନ୍ଧୁକ ମୁନ ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରେ ।
ସୂଚନା ଅନୁଯାୟୀ,କେନ୍ଦୁଝର ଜିଲ୍ଲା ସଦର ଥାନା ଜାତୀୟ ରାଜପଥ ୪୯ ଠାକୁରଡିହି ଛକ ନିକଟରେ ଥିବା ଏକ ଘରୁ ଲୁଟ ହୋଇଛି । ୨ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଆସି ଘର ଭିତରେ ପଶିଥିଲେ । ପରିବାର ଲୋକଙ୍କ ଖଣ୍ଡା ଓ ବନ୍ଧୁକ ମୁନ ଦେଖାଇ ଘରୁ କଳାକନା ବୁଲାଇଥିଲେ । ଲୁଟ କଲାପରେ ଘଟଣା ସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।