ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି । ସୂଚନା ଅନୁସାରେ, ସୋମବାର ଅନୁଗୋଳ ଜିଲ୍ଲା ମଧୁପୁର ଗ୍ରାମର ଜଣେ ଲୋକ ଛେଳି ଚରାଇବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ବନ୍ତଳା ରେଞ୍ଜ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ । ଦିନକୁ ଦିନ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି । ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ଯାହାଫଳରେ ଗ୍ରାମବାସୀମାନଙ୍କ ମଧ୍ୟରେ ଆତଙ୍କ ମଧ୍ୟ ଖେଳିଯାଉଛି ।