ଭୁବନେଶ୍ୱରରେ ଖୁବ ଶୀଘ୍ର ଲାଗିବାକୁ ଯାଉଛି ପରମାଣୁ ଘଡି। ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଭୁବନେଶ୍ୱରରେ ଏହି ଘଡି ଲଗାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ। ଶୁକ୍ରବାର ମୁମ୍ବାଇରେ ଭାରତୀୟ ମାନକ ସମୟ ବୃଦ୍ଧି ପାଇଁ ଜାତୀୟ ସମୟ ପ୍ରୋଟୋକଲ୍ (NTP)କୁ ଉଦଘାଟନ କରି ଏହି ସୂଚନା ଦେଇଛନ୍ତି। ତେବେ ସମୟ ବିତରଣ ପ୍ରଣାଳୀ କାର୍ଯ୍ୟକାରୀ କରିବାରେ ଭାରତ ହେଉଛି ପ୍ରଥମ ଦେଶ।
ସୂଚନାଯୋଗ୍ୟ ଯେ, ପରମାଣୁ ଘଡି ମିଲିସେକେଣ୍ଡ ସଠିକତା ସହିତ ସମାନ ହୋଇଥିବା ବେଳେ ଏହା ସଠିକ୍ ସମୟ ସୂଚନା ପ୍ରଦାନ କରିବ ଏବଂ ସାଇବର ନିରାପତ୍ତା ମଧ୍ୟ ବୃଦ୍ଧି କରିବ। ଜନସାଧାରଣ NPLI-ଇଣ୍ଡିଆ, ORG କିମ୍ବା ଟାଇମ୍ NPLରୁ ସୂଚନା ପାଇପାରିବେ। ଶୁକ୍ରବାର ମୁମ୍ବାଇ ଠାରେ ଆୟୋଜିତ ହୋଇଥିବା ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ଗୋୟଲ ଫରିଦାବାଦ ଏବଂ ଅହମ୍ମଦାବାଦରେ ଆଞ୍ଚଳିକ ରେଫରେନ୍ସ ଷ୍ଟାଣ୍ଡାର୍ଡ ଲାବୋରେଟୋରି (RRSL)ରେ ଟାଇମିଂ ଭିତ୍ତିଭୂମିକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଥିବା ବେଳେ ବର୍ଷ ଶେଷ ସୁଦ୍ଧା ବେଙ୍ଗାଲୁରୁ, ଭୁବନେଶ୍ୱର, ଗୌହାଟୀ ଓ ଦିଲ୍ଲୀର RRSLରେ ପରମାଣୁ ଘଡ଼ି ଲଗାଯିବ।
ଅଧିକ ପଢନ୍ତୁ: ୨୦ ପର୍ଯ୍ୟନ୍ତ କାଳବୈଶାଖୀ: କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ