ଭୁବନେଶ୍ୱର: ଓଡ଼ିଶାକୁ ଛୁଟୁଛି ନିବେଶର ସୁଅ । ଦ୍ୱିତୀୟ ଦିନରେ ୮,୪୧୭ କୋଟିର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି । ଯାହା ୧୪,୩୧୦ ନିଯୁକ୍ତି ସୁଯୋଗର ଦ୍ୱାର ଖୋଲିଛି । ଦୁବାଇସ୍ଥିତ ଭାରତୀୟ କମ୍ପାନୀଙ୍କ ସହିତ ସଫଳ ଆଲୋଚନା ଜାରି ରହିଛି । ଏହା ଦ୍ୱାରା ଓଡ଼ିଶାରେ ଥିବା ଭିତ୍ତିଭୂମି, ସମ୍ପଦ, ଯାହାକି ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଦିନରେ ଅନେକ ବୈଠକ କରିଛନ୍ତି । ଏହା ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି । ନିବେଶକମାନଙ୍କ ସହିତ ଆଲୋଚନା ଜାରି ରହିଛି । ଦୁବାଇସ୍ଥିତ ଭାରତୀୟ କମ୍ପାନୀ ସହିତ ସଫଳ ଆଲୋଚନା ଜାରି ରହିଛି । ଓଡ଼ିଶାରେ ଥିବା ଭିତ୍ତିଭୂମି, ସମ୍ପଦ, ଯାହାକି ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ଓ ଦୁବାଇରୁ ନିବେଶ ଓଡ଼ିଶାରେ ପ୍ରବେଶ କରିପାରିବ ସେଥିପାଇଁ ଆଲୋଚନାରୁ ସୁଫଳ ମିଳୁଛି । ଏହା ଓଡ଼ିଶାରେ ବାଣିଜ୍ୟ, ପ୍ରଗତି, ରୋଜଗାର, ସମ୍ପୃଦ୍ଧ କରିବାକୁ ରୂପାନ୍ତରିତ କରିବ । ମୁଖ୍ୟମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲା ବିନ୍ ତୋଗ ଅଲ ମାରିଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି । ଆଗାମୀ ଦିନରେ ଆହୁରି ନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ୟୁଏଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିବସରେ ୫ଟି MoU ଓ ୮ଟି IIFs ମାଧ୍ୟମରେ ୮,୪୧୭ କୋଟିର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି । ଯାହା ୧୪,୩୧୦ ନିଯୁକ୍ତି ସୁଯୋଗର ଦ୍ୱାର ଖୋଲିଛି । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ବିଶ୍ୱସ୍ତରୀୟ ନିବେଶକଙ୍କ ସହ ମଜବୁତ ହେଉଛି ଓଡ଼ିଶାର ସମ୍ପର୍କ ।