ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ବଳାତ୍କାର ଆରୋପି, ଦର୍ଶକ ମ୍ୟାଚ୍ ସମୟରେ ଦେଖାଇଲେ #Me Too ପୋଷ୍ଟର
Khabar Odisha:Sports-cricket-odisha-scott-kuggeleijn-is-news-victim-of-metoo-movement
ଅକଲାଣ୍ଡ,ଫେବୃଆରୀ୦୯(ଖବର ଓଡ଼ିଶା):

 ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ସ୍କଟ କଗିଲେନ ଟି-୨୦ ଅନ୍ତରାଷ୍ଟ୍ରୀୟରେ ଏକ ନୂତନ ନାମ। ତଥାପି ତାଙ୍କୁ ଅକଲାଣ୍ଡର ଇଡେନ ପାର୍କରେ କିଛି ଦର୍ଶକଙ୍କ  ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସିରିଜର ଦ୍ଵିତୀୟ ମ୍ୟାଚରେ ଯେବେ କଗିଲେନ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଲେ ସେହି ସମୟରେ ତାଙ୍କ ବିରୋଧରେ କିଛି ଦର୍ଶକ ନାରାବାଜି କରିଥିଲେ। 

ଏହା ବ୍ୟତୀତ ଶୁକ୍ରବାର ଇଡେନ ଗାର୍ଡେନ ପାର୍କରେ  ତାଙ୍କ  ବିରୋଧରେ କିଛି ପୋଷ୍ଟର ମଧ୍ୟ ନଜର ଆସିଥିଲା। ଜଣେ ମହିଳା ପୋଷ୍ଟରରେ ଲେଖିଥିଲେ ଯେ, ଜାଗ ନ୍ୟୁଜିଲାଣ୍ଡ କ୍ରିକେଟ୍, #ମିଠୂ। ସୂଚନା ଅନୁଯାୟୀ, କଗିଲେନଙ୍କ ଉପରେ ୨୦୧୫ରେ ଜଣେ ମହିଳାଙ୍କୁ ବଳାତ୍କାର କରିବାର ଅଭିଯୋଗ ହୋଇଥିଲା। ଏହି ମାମଲା ୨୦୧୬ରେ କୋର୍ଟକୁ ଯାଇଥିଲା ଏବଂ ଶୁଣାଣି ସମୟରେ କଗିଲେନ ସ୍ଵୀକାର କରିଥିଲେ ଯେ ମନା କରିବା ସତ୍ଵେ ବି ସେ ମହିଳାଙ୍କ ସହ ବଳପୂର୍ବକ ଶାରୀରିକ ସଂପର୍କ ରଖିଥିଲେ। 

କଗିଲେନଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ୨୦୧୫ ମେ ୧୭ରେ ସେ ହାମିଲଟନ ଇଷ୍ଟର ଏକ କୋଠାରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ। ୨୦୧୭ରେ କୋର୍ଟରେ ଜୁରୀ ତାଙ୍କୁ ଦୋଷୀ ମାନିନଥିଲେ। ୨୭ ବର୍ଷର କଗିଲେନଙ୍କ ସୂତ୍ରରୁ ଷ୍ଟଫ ଡଟ୍ ଏନଜେଡରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି କ୍ରିକେଟର କୋର୍ଟରେ ସ୍ଵୀକାର କରିଥିଲେ ଯେ, ଦୁଇ ଥର ମନା କରିବା ପରେ ମଧ୍ୟ ସେ ମହିଳାଙ୍କୁ ସହ ଶାରୀରିକ ସଂପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ  ମହିଳାଙ୍କୁ କ୍ଷମା ମାଗିଥିଲେ। 

ଏହି ଘଟଣା ପରେ  ବି ତାଙ୍କୁ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ଦେବା ନେଇ କିଛି ପ୍ରଶଂସକ ଆପତ୍ତି ଉଠାଇଛନ୍ତି।  ଇଡେନ ପାର୍କରେ ଦେଖାଯାଇଥିବା ପୋଷ୍ଟରରେ ଲେଖା ହୋଇଥିଲା ଯେ, ନୋ ମିନ୍ସ ନୋ। ଏହି ପୋଷ୍ଟର ବୁଧବାର ଦିନ ମଧ୍ୟ ଓ୍ଵେଷ୍ଟପାକ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। କିନ୍ତୁ ସୁରକ୍ଷା ଅଧିକାରୀ ଏହାକୁ ତୁରନ୍ତ ହଟାଇ ଦେଇଥିଲେ।  କେବଳ ଏତିକି ନୁହେଁ ସାମାଜିକ ଗଣମାଧ୍ୟମରେ ମଧ୍ୟ ତାଙ୍କୁ ଦଳରେ ସାମିଲ କରିବା ନେଇ ଆପତ୍ତି ପ୍ରକାଶ ପାଇଛି। 

ଉଲ୍ଲେଖଯୋଗ୍ୟ ଭାରତ ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁକ ୭ ଓ୍ଵିକେଟରେ ପରାସ୍ତ କରି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିଛି। ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ରବିବାର ହାମିଲଟନରେ ଖେଳାଯିବ। କଗିଲେନ କ୍ୟାରିୟରରେ ୨ଟି ଦିନିକିଆ ଓ ୩ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି।

  • Tags:

Subscribe

National International State Sports Entertainment